ନୂଆ ଦର୍ଶନ ବ୍ୟବସ୍ଥାବଳି ଜାରୀ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ :  ଶ୍ରୀ ମନ୍ଦିର ପ୍ରଶାସନ ନୂଆ ଦର୍ଶନ ବ୍ୟବସ୍ଥାବଳି ଜାରୀ କରିଛି । ଛତିଶା ନିଯୋଗ ବୈଠକ ପରେ ଶ୍ରୀ ମନ୍ଦିର ପ୍ରଶାସନ ଏହି ଏସ୍ଓପି ଜାରି କରିଛି।  ସେହିପରି ଦଶହରା, କାର୍ତ୍ତିକ ବଡ ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣମୀରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଅନ୍ୟ ଦିନ ପ୍ରତି ରବିବାର ଦର୍ଶନ ବନ୍ଦ ରହିବ । ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଦର୍ଶନ ସମୟ ସ୍ଥିର କରାଯାଇଛି । ତେବେ କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରଖାଯିବାକୁ ନିଷ୍ପତ୍ତି ହୋଇଛି।

ତେବେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ଅନୁମତି ମିଳିଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ଖାଇବା ଏବଂ ଛେପ ପକାଇବା ନିଷେଧ କରାଯାଇଛି । ପଲିଥିନ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରାଯାଇଛି । କଟକଣା ଉଲଂଘନ କଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ।

Comments are closed.