୭ଟି ସହରରେ ଖୋଲିଲା କରୋନା ସଂକ୍ରମଣ ପୃଥକ ଯାଞ୍ଚ କେନ୍ଦ୍ର

ନୂଆଦିଲ୍ଲୀ : ଭାରତୀୟ ସେନାବାହିନୀ ପକ୍ଷରୁ ଦେଶର ୭ଟି ସହରରେ କରୋନା ଭୂତାଣୁ ସଂକ୍ରମଣ ପୃଥକ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଇରାନ୍ରୁ ଫେରୁଥିବା ପ୍ରାୟ ୪୦୦ ଭାରତୀୟଙ୍କୁ ପୃଥକ ଯାଞ୍ଚ ପାଇଁ ରଖାଯିବ। ସେନା ମୁଖପାତ୍ର କର୍ଣ୍ଣେଲ୍ ଅମନ ଆନନ୍ଦ କହିଛନ୍ତି, ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଅଧିକ ଭାରତୀୟ ନାଗରିକ ସ୍ୱଦେଶ ଫେରିବା ନେଇ ଆଶା କରାଯାଉଛି।
ସେନାବାହିନୀ ପକ୍ଷରୁ ଯୋଧ୍ପୁର, ଝାନ୍ସୀ, ଗୋରଖପୁର,କୋଲ୍କାତା, ଜୈସଲମେର୍, ଚେନ୍ନାଇ ଦେଓଲାଇଠାରେ ସ୍ୱତନ୍ତ୍ର ସୁବିଧା ଥିବା ଏହି ପୃଥକ ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ ବିଦେଶ ଫେରନ୍ତାଙ୍କୁ ରଖାଯାଇ ଯାଞ୍ଚ୍ କରାଯିବ।