ଆଉ ୮୨ ନୂଆ କରୋନା ଆକ୍ରା​​‌ନ୍ତ ଚିହ୍ନଟ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୩

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୪୯ ଜଣ ସଂଗରୋଧରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୩  ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରକୁ ଆଧାର କରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟର ୧୦ଟି ଜିଲ୍ଲା​ରୁ କୌଣସି ଜଣେ ହେଲେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଗୋଟିଏ ଜିଳ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରେ ଥିବା ବେଳେ ଅନ୍ୟ ୧୯ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସିମୀତ ରହିଛି।  ​‌

ଆଜି ରାଜ୍ୟର ୨୦ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ଅନୁଗୋଳରୁ ୯, ସମ୍ବଲପୁରରୁ ୭, ବରଗଡ଼ରୁ ୬, ବଲାଙ୍ଗୀର ଓ କଟକ, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୫ ଜଣ ଲେଖାଁଏ ଏବଂ ବାଲେଶ୍ବରରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଦେବଗଡ଼ ଓ ଯାଜପୁରରୁ ୩ ଜଣ ଲେଖାଁଏ, ଗଞ୍ଜାମ, ଝାରସୁଗୁଡା, କେନ୍ଦୁଝରରୁ, ପୁରୀ, ରାୟଗଡା ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଁଏ, ଗଜପତି, କଳାହାଣ୍ଡି ଓ ନୂଆପଡା ଏବଂ ଷ୍ଟେଟ ପୁଲରୁ  ୩ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮କୁ ବୃଦ୍ଧି ପାଇଛି।

ଗତକାଲି ଆଉ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ହଜାର ୭୩୩କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ୮୫୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଏଯାବତ ୭୮ଲକ୍ଷ ୪୦ ହଜାର ୭୭୨ନମୂନା ପରୀକ୍ଷା କରାଯାଇଛି।

Comments are closed.