ହ୍ରାସ ପାଉଛି ସଂକ୍ରମଣ : ଆଉ ୨୪୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଆଜି ରାଜ୍ୟରୁ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୩୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୦୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆଜି ସମ୍ବଲପୁରୁ ସର୍ବାଧିକ ୩୫ ଏବଂ ସୁନ୍ଦରଗଡରୁ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗେଳରୁ ୩୨, ବାଲେଶ୍ବରରୁ ୫, ବରଗଡ଼ରୁ ୧୪, ଭଦ୍ରକରୁ ୬ ଓ ବଲାଙ୍ଗୀରରୁ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ବୌଦ୍ଧରୁ ୧, କଟକରୁ ୧୫, ଦେବଗଡ଼ ଓ ଢେଙ୍କାନାଳରୁ ଜଣେ ଲେଖାଁଏ, ଜଗତସିଂହପୁରରୁ ୪, ଯାଜପୁରରୁ ୧୫,  ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧୯, ମୟୁରଭଞ୍ଜରୁ ୧୭, ନୟାଗଡରୁ ୨, ନୂଆପଡାରୁ ୫ ଓ ରାୟଗଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପ୪ରେ ସୁବର୍ଣ୍ଣପୁରରୁ ଜଣେ ଏବଂ ଷ୍ଟେଟ ପୁଲରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୮୬୬ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୫୦୫ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୪୩୨କୁ ବୃଦ୍ଧି ପାଇଛି। ଏଯାବତ ରାଜ୍ୟରେ ୬୯ ଲକ୍ଷ ୭୬ ହଜାର ୧୦୮ ଟି ନମୂନା ପରୀକ୍ଷା କରାଯାଇଛି।

Comments are closed.