ନୂଆ ଦଳ ଗଢିଲେ ଅଲତାଫ ବୁଖାରୀ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀ ଅଲତାଫ ବୁଖାରୀ ରବିବାର ଏକ ନୂଆ ରାଜନୈତିକ ଦଳ ଗଢିଛନ୍ତି। ନୂଆ ଦଳର ନାମ ରଖିଛନ୍ତି ‘ଆପନି ପାର୍ଟି’। ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷିତ ହେବା ପରେ ପ୍ରଥମ କରି ନୂଆ ଦଳ ଗଠନ କରାଯାଇଛି। କଂଗ୍ରେସ, ପିଡିପି ଓ ନ୍ୟାସନାଲ କନଫରେନ୍ସର ୩୧ ଜଣ ପୂର୍ବତନ ମନ୍ତ୍ରୀ, ବିଧାୟକ ଦଳରେ ଯୋଗଦେବାର ସମ୍ଭାବନା ରହିଛି। ନୂଆ ଦଳର ଶୁଭାରମ୍ଭ ଅବସରରେ ବୁଖାରି କହିଛନ୍ତି ଯେ ଦଳ ଉପରେ ଅନେକ ଗୁରୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହି ଦାୟିତ୍ବକୁ ଆଗାମୀ ଦିନରେ ସୂଚାରୁରୂପେ ତୁଲାଇବା ଆମ ପାଇଁ ବଡ ଆହ୍ବାନ।

Comments are closed.