ଝାରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରଜତ ଜୟନ୍ତୀ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝାରମୁଣ୍ଡା ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ପ୍ରତିଷ୍ଠା ସମୟର ପ୍ରଥମ ଶିକ୍ଷକ ଅନ୍ତର୍ୟ୍ୟାମୀ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏ.କେ ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରାଥମିକ ସ୍ତରରୁ ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଫଳପ୍ରସୂ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ବିଶିଷ୍ଟ ଗବେଷକ ତଥା ନାଟ୍ୟକାର ତଥା ଲେଖକ ଡଃ ଦ୍ୱାରିକା ପ୍ରସାଦ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବିଦ୍ୟା ଅର୍ଜନ ସହିତ ଭଲ ମଣିଷ ହେବା ଜରୁରୀ ଓ ଏ ଦିଗରେ ଶିକ୍ଷକ, ଅଭିଭାବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।

ପଦ୍ମଶ୍ରୀ ଲୋକ କବିରତ୍ନ ହଳଧର ନାଗ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇ ସ୍ବରଚିତ କୋଶଳି କବିତା ପାଠ କରିଥିଲେ। ରେଙ୍ଗାଲି ଗୋଷ୍ଠି ଶିକ୍ଷା ଅଧିକାରୀ ଜୀବନ କିଶୋର ବରୁଆ ନିମନ୍ତ୍ରିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଗା ମାଧବ ଖଡ଼ିଆ ଅତିଥି ପରିଚୟ ପ୍ରଦାନ କରିଥିଲେ।

Comments are closed.