ଆସନ୍ତା ଶନିବାର ଆଇନ ସେବା ଭବନରେ ନୂତନ ମଧ୍ୟସ୍ଥତା କେନ୍ଦ୍ରର ଉଦଘାଟନ

ଯୋଗ ଦେବେ ସୁପ୍ରିମକୋର୍ଟର ଦୁଇ ବିଚାରପତି

କଟକ : କଟକ ସ୍ଥିତ ଆଇନ ସେବା ଭବନରେ ଆସନ୍ତା ଶନିବାର ୨୦ ତାରିଖରେ ନୂତନ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟନ ହେବ । ସୁପ୍ରିମକୋର୍ଟର ଦୁଇ ବିଚାରପତି ଜଷ୍ଟିସ ଏଏମ୍. ଖାନୱିଲକର ଓ ଏଏସ. ବୋପନ୍ନା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଓଡ଼ିଶା ହାଇକୋର୍ଟର ଉପ ରେଜିଷ୍ଟ୍ରାର ଜଣାଇଛନ୍ତି । ମଧ୍ୟସ୍ଥତା କେନ୍ଦ୍ର ଉଦଘାଟନ ପରେ ଓଡ଼ିଶା ଜୁଡିସିଆଲ ଏକେଡେମୀରେ ମଧ୍ୟସ୍ଥି ମାନଙ୍କର ୪୦ ଘଣ୍ଟିଆ ତାଲିମ ଓ କର୍ମଶାଳା ଅନୁଷ୍ଠିତ ହେବ।

ଏହି ତାଲିମ ଓ କର୍ମଶାଳାର ଉଦଘାଟନୀ ସମାରୋହରେ ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ସମେତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନେ ଯୋଗ ଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବେ।

Comments are closed.