ନଦୀକୂଳ ଅଞ୍ଚଳରେ ପ୍ରଥମ ବ୍ୟାୟାମ କେନ୍ଦ୍ର ଉଦଘାଟିତ

ଗୁରୁଡିଝାଟିଆ : ନୂଅପାଟଣା-ଧବଳେଶ୍ୱର ରାସ୍ତା ପାଶ୍ୱର୍ରେ ନଦୀକୂଳ ପଞ୍ଚାୟତ ସମୂହରେ ପ୍ରଥମକରି ଅବସ୍ଥାପିତ ଏକ ବ୍ୟାୟମ କେନ୍ଦ୍ର(ଜିୱାଇଏମ) କୁ ଆଜି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନ କରିବା ସହିତ ଏହା ସ୍ଥାନୀୟ ପଞ୍ଚାୟତ ସମୂହର ଯୁବବର୍ଗଙ୍କୁ ଉତ୍ତମସ୍ୱାସ୍ଥ୍ୟ ଗଠନରେ ସହାୟକ ହେବାସହିତ ସଶକ୍ତ ଓ ମଜବୁତ କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଖ୍ୟାତି ସଂପନ୍ନ ଶରୀରଚର୍ଯ୍ୟା(ବଡିବିଲଡର) ବିଶେଷଜ୍ଞ ଆପ୍ରୋଜ ଖାନ୍ ,ଦିବାକର ଗୋଚ୍ଛାୟତ, ଧବଳେଶ୍ୱର ବରିଷ୍ଠ ପୂଜକ ପ୍ରଫୁଲ ପତ୍ରୀ, ବଟକୃଷ୍ଣ ପତ୍ରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ବ୍ୟାୟାମ କେନ୍ଦ୍ରର ମାଲିକ ଶେଷଦେବ ପତ୍ରୀ(କୁଲୁ),ଜଗମୋହନ ପତ୍ରୀ(ଦିପୁ) କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ବ୍ରଦର୍ସ ବ୍ୟାୟମ କେନ୍ଦ୍ର (ଜିୱାଇଏମ) ବ୍ୟବସାୟିକ ମନୋବୃତ୍ତିଠାରୁ ଉର୍ଦ୍ଧରେ ରହି ଯୁବବର୍ଗଙ୍କୁ ସେବା ଯୋଗାଇଦେବା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଥିଲେ। ଏହି କେନ୍ଦ୍ରଟି ମଞ୍ଚେଶ୍ୱର, କଖଡି, ଘଣ୍ଟିଖାଲ,  ଅନନ୍ତପୁର, ଧୁରୁଷିଆ, କଟକିଆସାହି, କୟଳପଡା ର ନିକଟବର୍ତ୍ତି ହୋଇଥିବା ବେଳେ କଟକ ସିଡିଏଠାରୁ ସ୍ୱଳ୍ପ ଦୂରତା ଅବସ୍ଥିତ।

Comments are closed.