ଦାୟିତ୍ବ ଗ୍ରହଣ କଲେ ନୂଆ ପୁଲିସ ଡିଜି ଅଭୟ

କଟକ : ଅନ୍ତରୀଣ ପୁଲିସ ଡିଜି ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୋମବାର ଅପରାହ୍ନରେ ନୂତନ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୮୬ବ୍ୟାଚର ଆଇପିଏସ୍‍ ଅଧିକାରୀ ଅଭୟ। ସେ ପୂର୍ବରୁ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ। ଆଜି ଅପରାହ୍ନରେ ଆଇପିଏସ ଅଭୟ କଟକ ସ୍ଥିତ ମୁଖ୍ୟାଳୟକୁ ଯାଇ ସେଠାରେ ଦାୟିତ୍ବ ଗ୍ରହଣ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ପୁଷ୍ପମାଲ୍ୟ ଗ୍ରହଣ କରିଥିଲେ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅଭୟ କହିଛନ୍ତି, ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ଏବଂ ସାଧାରଣ ଲୋକଙ୍କ ସହ ପୁଲିସର ସମ୍ପର୍କ କିଭଳି ବିଶ୍ବସନୀୟ କରାଯାଇପାରିବ ସେ ଦିଗରେ ଚେଷ୍ଟା କରାଯିବ।

ସୂଚନାଯୋଗ୍ୟ,  ଗତମାସ ୨୦ତାରିଖରେ ରାଜ୍ୟ ସରକାର ଅଚାନକ ପୂର୍ବତନ ପୁଲିସ ଡିଜି ବି.କେ ଶର୍ମାଙ୍କ ସ୍ଥାନରେ ଅଭୟଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ ସେ ଜାତୀୟ ପୁଲିସ ଏକାଡେମୀରେ କାର୍ଯ୍ୟରତ ଥିବାରୁ ତାଙ୍କ ସ୍ଥାନରେ ୧୯୮୮ବ୍ୟାଚ ଆଇପିଏସ୍‍ ଅଫିସର ସତ୍ୟଜିତ୍‍ ମହାନ୍ତି ଅନ୍ତରୀଣ ପୁଲିସ ଡିଜି ଭାବେ ଦାୟିତ୍ୱ ତୁଲାଉଥିଲେ।

Comments are closed.