କୃଷି ବିଲରେ ରାଷ୍ଟ୍ରପତିଙ୍କ ମୋହର ପରେ ବି ଚାଲିଛି ବିରୋଧ, ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ଜଳାଇଲେ ଚାଷୀ

ନୂଆଦିଲ୍ଲୀ:ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲକୁ ରବିବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। କୃଷି ବିଲକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ସୋମବାର ସକାଳେ ପଞ୍ଜାବ ଯୁବ କଂଗ୍ରେସର କର୍ମୀ ଇଣ୍ଡିଆ ଗେଟ୍ ଆଗରେ ପହଞ୍ଚି ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଏହାକୁ ବିରୋଧ କରୁଛନ୍ତି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚି ଟ୍ରାକ୍ଟରେ ଲାଗିଥିବା ନିଆଁକୁ ଲିଭାଇଛନ୍ତି।

ପୁଲିସ କହିଛି ଯେ ନିଆଁ ଲଗାଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ସମସ୍ତ ଲୋକ ଭଗତ ସିଂଙ୍କ ପୋଷ୍ଟର ଆଣିଥିଲେ।

Comments are closed.