ଫେସବୁକ ଲଞ୍ଚ କଲା ନୂତନ ଅପଡେଟ୍ ; ଡାଉନଲୋଡ୍ ନ କରି ଖେଳିପାରିବେ ଗେମ୍

ନୂଆଦିଲ୍ଲୀ: ଫେସବୁକ୍ ଶେଷରେ କ୍ଲାଉଡ୍ ଗେମିଂ ଆରମ୍ଭ କରିଛି ।ଫେସବୁକ୍ ବ୍ୟବହାରକାରୀମାନେ ବର୍ତ୍ତମାନ ଗେମଗୁଡିକ ଡାଉନଲୋଡ୍ ନ କରି ଆସଫାଲ୍ଟ -୯ ପରି ଦମଦାର ଗେମ ଖେଳ ଖେଳିପାରିବେ । ଯଦିଓ ଫେସବୁକର କ୍ଲାଉଡ୍ ଗେମିଂ ବର୍ତ୍ତମାନ କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ  ପାଇଁ ରହିଛି । ISO ବ୍ୟବହାରକାରୀମାନେ ଫେସବୁକ ଜରିଆରେ ଏହି ଗେମ ଖେଳିବାକୁ ହେଲ ଅପେକ୍ଷା କରିବାକୁ ପଡିବ ।

ନୂତନ ଅପଡେଟ୍ ପରେ, ଫେସବୁକ୍ ବ୍ୟବହାରକାରୀଙ୍କୁ ଗେମିଂ ପାଇଁ ଏକ ପୃଥକ ଟ୍ୟାବ୍ କ୍ଲିକ୍ କରିବାକୁ ଦିଆଯିବ, ସେମାନେ ଡାଉନଲୋଡ୍ ନ କରି ସମସ୍ତ ପ୍ରକାର ଗେମ ଖେଳିପାରିବେ ।ଏହା ଦ୍ବାରା ସେମାନଙ୍କର ଡାଟା ଏବଂ ମେମୋରୀ ସଞ୍ଚୟ କରିପିରିବେ ।

ଏହି ଗେମିଂ ସେବା ଆମେରିକାରେ ଲଞ୍ଚ ହୋଇଥିବାବେଳେ ଭାରତ ସମେତ ଅନ୍ୟ ଦେଶ ତଥା ଆପଲ୍ ଡିଭାଇସରେ ମଧ୍ୟ ଉପଲବ୍ଧ ହେବ । ଯଦିଓ ଫେସବୁକ୍ ନିଶ୍ଚିତ ଭାବରେ କହିଛି ଯେ, ଏହା ଶୀଘ୍ର ଆପଲ୍ ସଫାରି ବ୍ରାଉଜରରେ ଲଞ୍ଚ କରାଯିବ ।ଏହି ଫେସବୁକ କ୍ଲାଉଡ ଗେମର ପରୀକ୍ଷା ସମୟରେ ପ୍ରାୟ ୨ଲକ୍ଷ ଉପଭୋକ୍ତା ଗେମ୍ ଖେଳିଛନ୍ତି ।

Comments are closed.