ଆଜି ଦାୟିତ୍ବ ନେବେ ନୂଆ ଡିସିପି

ଭୁବନେଶ୍ବର : ଭୁବନେଶ୍ବରର ନୂଆ ଡିସିପି ଭାବେ ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଡ. ଉମାଶଙ୍କର ଦାସ ସୋମବାର ଦାୟିତ୍ବ ନେବେ। ଡ. ଦାସ ଏହା ପୂର୍ବରୁ ପୁରୀ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। କୋଭିଡ୍‌-୧୯ ସମୟରେ ପୁରୀରେ କଟକଣାକୁ ନେଇ ରଥଯାତ୍ରା କରାଇବାରେ ଡ. ଦାସଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। କମିସନରେଟ୍‌ ପୁଲିସର ମୁଖ୍ୟାଳୟରେ ଡ. ଦାସ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିବା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଲାଇଭ୍‌ ପ୍ରସାରଣ କରାଯିବ ବୋଲି ପୁଲିସ କମିସନରଙ୍କ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି।

Comments are closed.