ରାଜ୍ୟ ସରକର ଜାରି କଲେ ନଭେମ୍ବର ପାଇଁ ନୂଆ କୋଭିଡ ନିୟମାବଳୀ

ବାଣ ଫୁଟାଇବା ସମ୍ପର୍କିତ ନିୟମାବଳୀ ସ୍ବତନ୍ତ୍ର ଭାବେ ଜାରି କରାଯିବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ମାସ ପାଇଁ ନୂଆ କୋଭିଡ ନିୟମାବଳୀ ଜାରି କରାଯାଇଛି। ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଏହି ନୂଆ ନିୟମାବଳୀ ବଳବତ୍ତର ରହିବ। ତେବେ ବାଣ ଫୁଟାଇବା ସମ୍ପର୍କିତ ନିୟମାବଳୀ ସ୍ବତନ୍ତ୍ର ଭାବେ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି।
ନଭେମ୍ବର ମାସ ପାଇଁ ଜାରି ହୋଇଥିବା ନୂଆ କୋଭିଡ ନିୟମାବଳୀ ଅନୁଯାୟୀ ସହରାଞ୍ଚଳରେ ପୂର୍ବପରି ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବାକୁ ଥିବାବେଳେ ସକାଳ ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ରାଜ୍ୟରେ କୌଣସିଠାରେ ସପ୍ତାହନ୍ତ ସଟଡାଉନ ରହିବ ନାହିଁ। ଅଗଷ୍ଟ ୯ର ପୂର୍ବ ନିର୍ଦେଶ ଅନୁସାରେ ପର୍ବପର୍ବାଣୀ ପାଳନ କରାଯିବ।

ସେହିପରି ଆଗକୁ ଦିପାବଳୀ ଓ କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ। କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ନିୟମାବଳୀରେ ନିର୍ଦ୍ଦେଶ ଦିଆଯାଇଛି । ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ ବୋଲି ଏଥିରେ କୁହାଯାଇଛି ।

Comments are closed.