ନବାଗତ ଡାକ୍ତରୀ ବିଦ୍ୟାର୍ଥୀଙ୍କୁ ନେଇ ବିବାଦ

କଟକ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ସଂକ୍ରମିତଙ୍କ ସଠିକ ଚିକିତ୍ସା ସେବା ଯୋଗାଇ ପାଇଁ ରାଜ୍ୟରେ ଅଭିଜ୍ଞ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହୋଇଛି। ଡାକ୍ତର ସମସ୍ୟା ଦୂର କରିବା ସକାଶେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ମେଡିକାଲ ମହାବିଦ୍ୟାଳୟରେ ଏମବିବିଏସ ଶିକ୍ଷା ଶେଷ କରିଥିବା ବିଦ୍ୟାର୍ଥୀଙ୍କୁ ସାମିଲ କରାଯାଇଛି। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ପୃକ୍ତ ବିଦ୍ୟାର୍ଥୀମାନେ ରୋଗୀ ଚିକିତ୍ସା ସମ୍ପର୍କରେ କୌଣସି ତାଲିମ ନେଇନଥିବାବେଳେ ସେମାନଙ୍କୁ କାହା ସ୍ୱାର୍ଥରେ ବିଭିନ୍ନ କୋଭିଡ଼ ଚିକିତ୍ସାଳୟରେ ନିୟୋଜିତ କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ବୁର୍ଲା କିମ୍ବା ବ୍ରହ୍ମପୁର ମେଡିକାଲ କଲେଜରେ କୌଣସି ଶେଷବର୍ଷ ବିଦ୍ୟାର୍ଥୀଙ୍କୁ କୋଭିଡ଼ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ କରାଯାଇନାହିଁ।

କଟକ ବଡ଼ ଡାକ୍ତରଖାନାରେ ଶେଷବର୍ଷର ୧୫୦ରୁ ଊର୍ଦ୍ଧ୍ବ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ରାଜ୍ୟର ବିଭିନ୍ନ ଜିଲାରେ ଖୋଲିଥିବା କୋଭିଡ଼ ଚିକିତ୍ସାଳୟରେ ପଠାଯାଇଛଇ। ସ୍ୱାସ୍ଥ୍ୟ ବିଭାଗର ଏପରି ନିଷ୍ପତ୍ତିକୁ ବହୁ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। କଟକ ବଡ଼ ଡାକ୍ତରଖାନାରେ ହାଉସସର୍ଜନ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବଦଳରେ ଚିକିତ୍ସା ସେବାରେ ତାଲିମ ନେଇନଥିବା ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ଏଥିରୁ ବିରତ ଦେବାକୁ ସେମାନେ ଦାବି କରିଛନ୍ତି।

Comments are closed.