ମଙ୍ଗଳ ବିଭାଗ ଶିକ୍ଷକଙ୍କ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

ନବରଙ୍ଗପୁର: ନବରଙ୍ଗପୁର ନୂତନ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କୁ ମଙ୍ଗଳ ବିଭାଗ ଶିକ୍ଷକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସ୍ୱାଗତ ଜଣାଇଛନ୍ତି। ଏହି ଅବସରରେ ସଂଘର ସଭାପତି ସାଧୁରାମ ଭାତରା, ସମ୍ପାଦକ ରଞ୍ଜନ କୁମାର ବେହେରା, ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ଉପଦେଷ୍ଟା ସୁକାନ୍ତ ସ୍ୱାଇଁ, ସଂଜୀବ ପଣ୍ଡା, ଉପସଭାପତି କାଳିକିଙ୍କର ପଟ୍ଟନାୟକ, କୋଷାଧ୍ୟକ୍ଷ ଶୁବେନ୍ଦୁ ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ସଂଘର କର୍ମକର୍ତ୍ତା ପୂର୍ବତନ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କୁ ଭେଟି ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।

Comments are closed.