ଡ୍ରେନ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର: ସଚେତନତା ପରେ ମଧ୍ୟ ସୁଧୁରୁନି ସମାଜ। ପୁଣି ଏକ ଶିଶୁକନ୍ୟାକୁ ଅଲୋଡା କରି ଦେଇଛନ୍ତି ଜନ୍ମ କଲା ବାପା-ମା। ଏଭଳି ଏକ ଅଭାନୀୟ ଘଟଣା ମଙ୍ଗଳବାର କଟକ ଜିଲ୍ଲା ସୁତାହାଟ ଅଞ୍ଚଳରରେ ଦେଖିବାକୁ ମିଳିଛି। ଡ୍ରେନ କଡ଼ରେ ଥିବା ଅଳିଆ ଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଆଜି ସକାଳୁ ପ୍ରାତଃ ଭ୍ରମଣରେ ଆସିଥିବା କିଛି ସ୍ଥାନୀୟ ଲୋକ ଡ୍ରେନ କଡ଼ର ଅଳିଆ ଗଦାରୁ ଶିଶୁକନ୍ୟାର କାନ୍ଦଣା ଶବ୍ଦ ଶୁଣିବାକୁ ପାଇଥିଲେ। ଅଳିଆ ଗଦାରୁ ଶିଶୁକନ୍ୟାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ଶିଶୁଭବନରେ ଭର୍ତ୍ତି କରିଛନ୍ତି।

Comments are closed.