କାଗଜ ଖୋଳ ଭିତରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

ବାଲେଶ୍ୱର : ରାସ୍ତା କଡ଼ରୁ ହେଉ, ବୁଦା ମୂଳରୁ ନାଳ ନିକଟରୁ ଜୀବିତ ଅବସ୍ଥାରେ ହେଉ ଅଥବା ମୃତ ଅବସ୍ଥାରେ ନବଜାତ ଶିଶୁ ଉଦ୍ଧାର ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଥିବା ସାମ୍ନାକୁ ଆସୁଛି। କାଗଜ ଖୋଳ ଭିତରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ରବିବାର ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ସେତୁ ନିକଟରେ ଘଟିଛି। ବସ୍ତା ପୁଲିସ ନବଜାତର ମୃତଦେହ ଉଦ୍ଧାର କରିଥିବା ବେଳେ ଏଭଳି ଘଟଣା ପଛରେ କାରଣ ଅସ୍ପଷ୍ଟ ରହିଛି। ତେବେ ପିଲାଟିର ମୁଣ୍ଡରେ ଆଘାତ ଲାଗିଛି ବୋଲି ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Comments are closed.