ହରଭଙ୍ଗାରେ ନୂତନ ବିଡିଓଙ୍କ ଯୋଗଦାନ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ସୋମବାର ନୂତନ ବିଡିଓ ଭାବେ ସ୍ମିତା ରଥ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ବୌଦ୍ଧ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟ ୩୧ରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଅବସର ପରେ ଦୀର୍ଘ ଦୁଇ ମାସ ହେଲା ସ୍ଥାୟୀ ବିଡିଓ ପଦବୀ ଖାଲି ପଡିଥିଲା। ଜଣେ ସ୍ଥାୟୀ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ ପରେ ହରଭଙ୍ଗା ବ୍ଲକରେ ସରକାରୀ ଯୋଜନାର ସଫଳ ରୂପାୟନ ହେବା ସହିତ ଜନସାଧାରଣଙ୍କୁ ଉତ୍ତମ ସେବା ମିଳିପାରିବ ବୋଲି ବ୍ଲକବାସୀ ଆଶା ରଖିଛନ୍ତି।

Comments are closed.