ଓଡ଼ିଶା ହାଇକୋର୍ଟର ନୂଆ ଏଏସ୍‌ଜି ପ୍ରସନ୍ନ କୁମାର ପାଢ଼ୀ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ସହକାରୀ ସଲିସିଟର ଜେନେରାଲ୍‌(ଏଏସ୍‌ଜି) ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢ଼ୀ ଓଡ଼ିଶା ହାଇକୋର୍ଟ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଏଏସ୍‌ଜି ଭାବେ ନିଯୁକ୍ତି ପାଇଛନ୍ତି। ଆଇନଜୀବୀ ପ୍ରସନ୍ନ କୁମାର ପାଢ଼ୀ ୩ ବର୍ଷ ଏଏସ୍‌ଜି ଦାୟିତ୍ବରେ ରହିବେ। ଆଜି ଓଡ଼ିଶା ହାଇକୋର୍ଟର ନୂଆ ଏଏସ୍‌ଜି ପ୍ରସନ୍ନ କୁମାର ପାଢ଼ୀଙ୍କ ନିଯୁକ୍ତ ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.