MEllora 950×100

ପାକିସ୍ତାନ ସେନାବାହିନୀର ନୂଆ ମୁଖ୍ୟ ଅସୀମ ମୁନିର୍‌‌

ଡେସ୍କ: ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର୍‌‌ ପାକିସ୍ତାନ ସେନାବାହିନୀର ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ସେ ବିଦାୟୀ ଜେନେରାଲ କମାର ଜାଭେଦ ବଜୱାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ଜେନେରାଲ ବଜୱା ୬ ବର୍ଷ ସେନାବାହିନୀ ମୁଖ୍ୟ ରହିବା ପରେ ଚଳିତ ମାସ ଶେଷରେ ଅବସର ନେବେ। ପାକିସ୍ତାନ ସୂଚନା ମନ୍ତ୍ରୀ ମ୍ୟାରିୟୁମ୍‌‌ ଔରଙ୍ଗଜେବ୍‌‌ କହିଛନ୍ତି, ପ୍ରଧାନମନ୍ତ୍ରୀ ମହମ୍ମଦ ଶାହାବାଜ୍‌‌ ସରିଫ୍‌‌ ଲେଫ୍ଟନାଣ୍ଟ ଜେନେରାଲ ସହିର ସମସାଦ ମୀର୍ଜାଙ୍କୁ ଜଏଣ୍ଟ ଚିଫ୍‌‌ ଅଫ୍‌‌ ଷ୍ଟାଫ୍‌‌ ଓ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସୀମ ମୁନିର୍‌‌ଙ୍କୁ ସେନାବାହିନୀ ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ।

Comments are closed.