ସୁଦୀପ୍ତ ତୈଳ ନିଗମ ନିଦେର୍ଶକ, ଲେଖାଶ୍ରୀ ‘ଭେଲ୍‌’ ନିର୍ଦେଶିକା

ଭୁବନେଶ୍ବର/ଜଟଣୀ : ରାଜ୍ୟ ବିଜେପିର ଦୁଇ ବରିଷ୍ଠ ନେତାଙ୍କୁ କେନ୍ଦ୍ର ସରକାର ଦେଶର ଦୁଇଟି ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ନିର୍ଦେଶକ ଭାବେ ମନୋନୀତ କରିଛନ୍ତି। ସୁଦୀପ୍ତ ରାୟଙ୍କୁ ଭାରତୀୟ ତୈଳନିଗମର ପ୍ରଥମ ଓଡିଆ ନିର୍ଦେଶକ ଭାବେ ନିଯୁକ୍ତି ମିଳିଥିବା ବେଳେ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମହାରତ୍ନ ଉଦ୍ୟୋଗ ‘ଭେଲ୍‌’ର ନିର୍ଦେଶିକା(ସ୍ବାଧୀନ) ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ବିଜେପିର ଦୁଇ ନେତାଙ୍କୁ ଏଭଳି ସମ୍ମାନଜନକ ପଦ ମିଳିଥିବାରୁ ଦଳୀୟ କାର୍ଯ୍ୟାଳୟରେ ଖୁସିର ଲହରୀ ଦେଖା ହୋଇଛି। ଏଥିଯୋଗୁଁ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ମନୋବଳ ବୃଦ୍ଧି ପାଇଛି। ମନୋନୀତ ହୋଇଥିବା ଦୁଇ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁୁ କୃତଜ୍ଞତା ଜଣାଇଛନ୍ତି।

Comments are closed.