ରାଜା ଗଲେଣି କିନ୍ତୁ ବଞ୍ଚିଛି ରାଜତନ୍ତ୍ର

ପାଟଣା : ରାଜାମାନେ ଗଲେଣି, ରାଜତନ୍ତ୍ର ଗଲାଣି, ଦେଶ ମଧ୍ୟ ସ୍ଵାଧୀନ ହେବାର ୭୫ ବର୍ଷ ବିତି ଗଲାଣି, ହେଲେ ବାସ୍ତବରେ ଆଜି ରାଜତନ୍ତ୍ର ବଞ୍ଚିଛି । ରାଜକୀୟ ପରମ୍ପରାରେ ନେତା ଓ ଗଣ୍ୟମାନ୍ୟ ବ୍ୟକ୍ତି ମାନଙ୍କୁ କାର୍ଯ୍ୟକ୍ରମରେ ସ୍ବାଗତ କରାଯାଉଛି । ଆଶ୍ଚର୍ଯ୍ୟର କଥା ଏହି ଯେ, ରାଜତନ୍ତ୍ର ସମୟରେ ରାଜା ମହାରାଜା ମାନଙ୍କୁ ଯେଉଁପରି ମହିଳା ମାନଙ୍କ ଦ୍ଵାରା ବନ୍ଦାପନା କରାଯିବାର ପରମ୍ପରା ଥିଲା ତାହା ଏବେ ମଧ୍ୟ ବଞ୍ଚିରହିଛି । ଫରକ ଏତିକି ଯେ ରାଜା ମହାରାଜାଙ୍କ ବଦଳରେ ଏବେ ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ଓ କନିଷ୍ଠ ଅଧିକାରୀ, ଅନ୍ୟାନ୍ୟ ପଦାଧିକାରୀ ସାମିଲ ହୋଇଛନ୍ତି । ଯେଉଁ ନାରୀ ବା ମହିଳା ମାନଙ୍କୁ ଏମାନେ ସରସ୍ଵତୀ, ଦୁର୍ଗା, ଲକ୍ଷ୍ମୀ ବୋଲି ତୁଳନା କରୁଛନ୍ତି ସେହି ମହିଳା ମାନଙ୍କ ଦ୍ଵାରା ସେମାନଙ୍କୁ ବନ୍ଦାପନା କରାଯିବା ଘଟଣାକୁ ସହଜରେ ସାଧାରଣ କଥା କୁହାଯାଉଥିବାବେଳେ ଦଳମତ ନିର୍ବିଶେଷରେ ସବୁ ଦଳର ନେତା ମାନେ ଏହାକୁ କେହି ବିରୋଧ ମଧ୍ୟ କରୁନାହାନ୍ତି । ପୂଜ୍ୟ ପୂଜାରେ ବନ୍ଦାପନାର ବିଶେଷ ଗୁରୁତ୍ବ ନଥିବାବେଳେ ସ୍ବାଗତ କରିବା ପାଇଁ ଫୁଲତୋଡ଼ା ପ୍ରଦାନ ଠାରୁ ହାତଯୋଡା ଯାଏ ଅନେକ ବିଧି ରହିଛି । ବାଜା ବାଣ ଫୁଟାଇ ବନ୍ଦାପନା ଘଟଣା ଭଳି ପୁରୁଣା ପରମ୍ପରାର ବିଲୋପ ନଘଟିବା ଆମ ଦେବାଦେବୀଙ୍କ ପାଇଁ ମଧ୍ୟ ଅସମ୍ମାନ ଜନକ ବୋଲି କେତେକ ମତ ରଖୁଥିବା ବେଳେ ଏଭଳି କୁତ୍ସିତ ପରମ୍ପରା ବନ୍ଦ ହୋଇପାରୁନାହିଁ । କେବଳ ଏଥିପାଇଁ ବନ୍ଦାପନା ପାଉଥିବା ନେତା ମନ୍ତ୍ରୀଙ୍କୁ ମଧ୍ୟ ଦୋଷ ଦେଇ ହେବ ନାହିଁ । କେତେକ ସ୍ଥାନରେ ମହିଳାମାନେ ବନ୍ଦାପନା କରିବା ସମୟରେ ଥାଳିରେ ଦାନ ଅର୍ଥକୁ ଅପେକ୍ଷା କରିବା ଘଟଣାର ମଧ୍ୟ କେବେ ଅନ୍ତ ହେବ ତାହା ସମୟ କହିବ।

Comments are closed.