ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ଗଜପତି : ଗଜପତି ଜିଲାରେ ଗୋଷାଣି ବ୍ଲକ ଲାବନ୍ୟଗଡ ପଞ୍ଚାୟତର ଏସ.ରାଉତପୁର ସ୍କୁଲ ସହାୟକ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ମଙ୍ଗଳବାର ଜଣାପଡିଛି। ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ପାରାଳାଖେମୁଣ୍ଡି ଥାନା ଏରଡେଲାସାହି ସ୍ଥିତ ଶିକ୍ଷକଙ୍କ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଚଢାଉ ଜାରି ରହିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.