ନେପାଳୀ ପୁଲିସଙ୍କ ଦୁଃସାହସ : ତିନି ଭାରତୀୟଙ୍କ ଉପରକୁ ଚଳାଇଲେ ଗୁଳି

ବିହାର : ଭାରତ-ନେପାଳ ମଧ୍ୟରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଖରାପ ସମ୍ପର୍କର ପ୍ରଭାବ ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ମଧ୍ୟ ଦେଖାଯାଉଛି। ଶନିବାର ଦିନ ନେପାଳ ସୀମାବର୍ତ୍ତୀ ବିହାରର କିଶାନଗଞ୍ଜରେ ନେପାଳ ପୁଲିସ ଭାରତୀୟ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।

କିଶାନଗଞ୍ଜର ପୁଲିସ ଅଧୀକ୍ଷକ କହିଛନ୍ତି ଯେ, ନେପାଳ ପୁଲିସ ତିନି ଜଣ ଭାରତୀୟ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ବର୍ତ୍ତମାନ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ସୀମାରେ ଥିବା ଏସସିବି ଟିମ୍ ମଧ୍ୟ ନେପାଳ ପୁଲିସ ଦ୍ୱାରା ଗୁଳି ଚାଳନାକୁ ନେଇ ସତର୍କ ରହିଛି ଏବଂ ସମଗ୍ର ଘଟଣାର ତଦନ୍ତ କରୁଛି।

Comments are closed.