ଦଳରୁ ତଡ଼ା ଖାଇଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଶେଷରେ ଦଳରୁ ତଡ଼ା ଖାଇଛନ୍ତି ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି। ଶାସକ କମ୍ୟୁନିଷ୍ଟ ପାର୍ଟିରୁ ଓଲିଙ୍କୁ ବହିଷ୍କାର କରାଯିବା ସହିତ ଦଳରେ ତାଙ୍କ ସଦସ୍ୟତା ରଦ୍ଦ କରିଦିଆଯାଇଛି। ଓଲି କିଛିମାସ ଧରି ଦେଶରେ ସମ୍ବିଧାନ ବିରୋଧୀ ଓ ଗଣତନ୍ତ୍ର ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିଲେ, ଯାହାକୁ ନେଇ ତାଙ୍କୁ ନିଜ ଦଳ ଏବଂ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରବଳ ବିରୋଧ କରାଯାଇ ଆସୁଥିଲା।

ଗତ ଶୁକ୍ରବାର ଏନସିପି ନେତା ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କ ନେତୃତ୍ଵରେ ରାଜଧାନୀ କାଠମାଣ୍ଡୁରେ ଏକ ବଡ଼ ଧରଣର ସରକାର ବିରୋଧୀ ରାଲି କରାଯାଇଥିଲା। ରାଲିରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଦ୍ବାରା ସଂସଦକୁ ଅବୈଧ ଉପାୟରେ ଭଙ୍ଗାଯିବା କାରଣରୁ ଦେଶର ସଙ୍ଘୀୟ ଗଣତାନ୍ତ୍ରିକ ପଦ୍ଧତି ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି।

ପ୍ରଚଣ୍ଡ ଆହୁରି କହିଥିଲେ ଯେ, ଓଲି କେବଳ ଦଳର ସମ୍ବିଧାନ ଏବଂ ପ୍ରକ୍ରିୟାର ଉଲ୍ଲଂଘନ କରିନାହାନ୍ତି, ବରଂ ସମ୍ବିଧାନର ମର୍ଯ୍ୟାଦାକୁ ବି କ୍ଷତି ପହଞ୍ଚାଇଛନ୍ତି ଏବଂ ଗଣତାନ୍ତ୍ରିତ ପଦ୍ଧତି ବିରୋଧରେ କାର୍ଯ୍ୟ କରିଛନ୍ତି।

Comments are closed.