ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁହନ୍ତି: ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ

ଭାରତ ସହ ନେପାଳର କୂଟନୈତିକ ବିବାଦ ଲାଗି ରହିଛି । ୩ ଭାରତୀୟ ଅଞ୍ଚଳକୁ ନେପାଳର ବୋଲି ଦାବି କରିବା ସହ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଏ ସମ୍ପର୍କରେ ପ୍ରସ୍ତାବ ନିଜ ଦେଶର ସଂସଦରେ ଗୃହୀତ କରାଇଛନ୍ତି । ତାଙ୍କୁ ଭାରତ ସରକାର ପଦଚ୍ୟୁତ କରିବା ପାଇଁ ଉଦ୍ୟମ କରୁଛି ବୋଲି କହି ବିବାଦ ଘେରକୁ ଆସିଛନ୍ତି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଏହି ସ୍ଥିତିରେ ସୋମବାର ନିଜ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଓଲି ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ।

ନେପାଳୀ କବି ତଥା ଅନୁବାଦକ ଭାନୁଭକ୍ତ ଆଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଶ୍ରୀ ଓଲି କହିଛନ୍ତି ଯେ  ହିନ୍ଦୁ ଦେବତା ଭଗବାନ ରାମ ଭାରତୀୟ ନୁହନ୍ତି କିମ୍ବା ଅଯୋଧ୍ୟା ଭାରତରେ ନାହିଁ । ପ୍ରଭୁ ଶ୍ରୀରାମ  ନେପାଳର ଅଯୋଧ୍ୟା ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି ଓ ଦାବି ଅନୁସାରେ ଭାରତର ଅଯୋଧ୍ୟାରେ ନୁହେଁ । ସେ କହିଛନ୍ତି ଯେ ଆମକ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟାଚାର କରାଯାଇଛି । ତଥ୍ୟକୁ ବିଭ୍ରାନ୍ତ କରାଯାଉଛି । ତଥାପି ଆମେ ବିଶ୍ବ ଭାତୃତ୍ବବୋଧରେ ବିଶ୍ବାସ କରୁ ଓ ସୀତାଙ୍କୁ ରାଜକୁମାର ରାମଙ୍କୁ ଦେଇଥିଲୁ। ଭାରତ ନୁହେଁ ଅଯୋଧ୍ୟା ରାଜକୁମାର ରାମ ଭାରତର ନୁହନ୍ତି ନେପାଳର ବୋଲି କହିଛନ୍ତି ଶ୍ରୀ ଓଲି ।

Comments are closed.