ନେପାଳରେ ବସ ଦୁର୍ଘଟଣା, ୧୨ ମୃତ

ନେପାଳ : ନେପାଳର ସିନ୍ଧୁପଲଚୋକ ଜିଲାରେ ରବିବାର ଭୋର ସମୟରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏବଂ ଅନ୍ୟ କେତେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସରେ ମୋଟ ୪୦ ଜଣ ଯାତ୍ରା କରୁଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ତେବେ ବସଟି ଖସିପଡ଼ିଥିବା ଅଞ୍ଚଳ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେଠାରେ ବର୍ତ୍ତମାନ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ବସଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଭକ୍ତପୁରରୁ କାଲିନିଚୌକ ଯାଇଥିଲେ। କାଲିନିଚୌକରେ ଥିବା ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବସଟି ୫୦୦ ମିଟର ତଳକୁ ଖସିପଡ଼ିଥିଲା।

Comments are closed.