ନେମାଳରୁ ୪୨ଜଣ ବହିରାଗତଙ୍କ କରୋନା ସ୍ୱାବ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ନେମାଳ : ପ୍ରାଣଘାତୀ ମହାମାରୀ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ବହିରାଗତ ଫେରନ୍ତାମାନଙ୍କ ପାଇଁ ଚିନ୍ତାଜନକ ହୋଇପଡିଛି। ଉକ୍ତ ଘଟଣା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଚିନ୍ତା ବଢାଇଛି। ଏହି ଅଞ୍ଚଳକୁ ଜିଲ୍ଲା, ରାଜ୍ୟ ଓ ଦେଶ ବାହାରୁ ଶତାଧିକ ଲୋକ ଆସିଥିବା ବେଳେ ପଶ୍ଚିମବଙ୍ଗ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲା ଆଦି ହଟସ୍ପଟ୍ ଅଞ୍ଚଳରୁ ଆସିଥିବା ବ୍ୟକ୍ତିମାନଙ୍କ କରୋନା ସ୍ୱାବ ପରୀକ୍ଷା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ତେବେ ଆଜି ନେମାଳ ପଞ୍ଚାୟତରେ ୪୨ ଜଣ ବହିରାଗତ ଫେରନ୍ତାଙ୍କ କରୋନା ସ୍ୱାବ ପରିକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି।