ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲାରେ କରୋନା ପରିଚାଳନାରେ ଅବ୍ୟବସ୍ଥା, ଆଇସୋଲେସନ ୱାର୍ଡରେ ଚିକିତ୍ସା ଅବହେଳା : ରୋଗୀ ମୃତ

ଝାରସୁଗୁଡା : ରାଜ୍ୟରେ କରୋନା ପରିଚାଳନା ଅବ୍ୟବସ୍ଥା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏବେ ଖୋଦ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଗୁରୁତର ଅଭିଯୋଗ ହୋଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀକୁ ଚିକିତ୍ସା କରାଯାଉନାହିଁ ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଆଇସୋଲେସନ ୱାର୍ଡରେ ରୋଗୀଙ୍କୁ କୋଭିଡ଼ ଟେଷ୍ଟ ନ କରି ଦୀର୍ଘ ସମୟ ଧରି ଚିକିତ୍ସା କରା ନ ଯିବାରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି ।

ରବିବାର ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଇସୋଲେସନ ୱାର୍ଡରେ ଦୁଇ ଜଣଙ୍କ ମୃତ ଦେହ ପଡିଥିବା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀ। ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଝାରସୁଗୁଡା ଜିଲ୍ଲାରେ କରୋନା ପରିଚାଳନାରେ ଅବ୍ୟବସ୍ଥା ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି ପ୍ରଶାସନ ଉଦାସୀନ ଓ ଦାୟିତ୍ୱହୀନ ଆଚରଣ ଦେଖାଉଛି । ଯାହା ଏଭଳି ମହାମାରୀ ସମୟରେ ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ। ଏ ନେଇ କି ଝାରସୁଗୁଡା ସିଡିଏମଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କରି ପ୍ରତିକ୍ରିୟା ମିଳି ପାରିନାହିଁ।

Comments are closed.