ରାଜାଙ୍କ ଗଡରେ ପ୍ରଜାଙ୍କୁ ଅବହେଳା

ଏପରି ଲେଖା ସହିତ ଆମରଣ ଅନଶନରେ ଯୁବକ

ଆଠଗଡ : ‘ରାଜାଙ୍କ ଗଡରେ ପ୍ରଜାଙ୍କୁ ଅବହେଳା’ ଏଭଳି ଏକ ପ୍ଲାକାର୍ଡ ଲେଖି ଆଠଗଡ ସହରର ବୀରକିଶୋରପୁର ଗୋଲେଇ ଛକରେ ଆମରଣ ଅନଶନରେ ବସିଛନ୍ତି ୯ନଂ ୱାର୍ଡର ଯୁବ ବିଜେଡି ସଂଗଠକ ପ୍ରକାଶ କୁମାର ବେହେରା। ବିଜେଡି ଦଳୀୟ ଚିହ୍ନ ଶଙ୍ଖ ଲାଗିଥିବା ଓ ଦଳୀୟ ରଙ୍ଗ ସବୁଜ ରଙ୍ଗର ପୋଷାକ ପିନ୍ଧି ପ୍ରକାଶ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡର ବିଜେଡି କର୍ମୀଙ୍କୁ ହତାଦର କରିବା ଓ ଅବହେଳା ପ୍ରଦର୍ଶନ କରିବା, ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନକରିବା ଏବଂ ୯ନଂ ୱାର୍ଡର ଉନ୍ନୟନ ପାଇଁ ଗତ ୨ବର୍ଷ ପୂର୍ବରୁ ଦେଇଥିବା ପ୍ରତିଶୃତି ପାଳନ ନକରିବା ପ୍ରତିବାଦରେ ଆମରଣ ଅନଶନରେ ବସିଥିବା କହିଛନ୍ତି। ନିଜେ ବିଧାୟକ ତଥା ମନ୍ତ୍ରୀ ଧାରଣାସ୍ଥଳରେ ପହଞ୍ଚି ୯ନଂ ୱାର୍ଡର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଦୃଢ ପ୍ରତିଶୃତି ନଦେବା ଯାଏଁ ସେ ତାଙ୍କର ଆମରଣ ଅନଶନ ଅବ୍ୟାହତ ରଖିବେ ବୋଲି ପ୍ରକାଶ କହିଛନ୍ତି। ତେବେ ଆମରଣ ଅନଶନ କରିବା ପୂର୍ବରୁ ସେ ଆଠଗଡ ପ୍ରଶାସନିକ ଅଧିକାରୀ ବା ପୁଲିସ କର୍ତ୍ତୃପକ୍ଷଙ୍କୁ କୌଣସି ଲିଖିତ ସୂଚନା ଦେଇନଥିବା ସଂପୃକ୍ତ ଅଧିକାରୀମାନେ କହିଛନ୍ତି।

 

Comments are closed.