ନିଟ ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକ ପରୀକ୍ଷା(ନିଟ୍‌)ରେ ରାଉରକେଲାର ଛାତ୍ର ସୋଏବ ଅଫତାବ  ଟପ୍ପର ହେବାପରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋଏବଙ୍କ ସହ ଫୋନରେ କଥା ହୋଇଛନ୍ତି। ସଫଳତା ପାଇଁ ସୋଏବଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୋଏବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବାରୁ ଖସିବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ରାଉରକେଲା ଆଜାଦ ବସ୍ତିରେ ରହୁଥିବା ଆବାସ ଅଫତାବଙ୍କ ପୁଅ ସୋଏବ ଅଫତାବ ସର୍ବଭାରତୀୟ ନିଟ ପରୀକ୍ଷାରେ ରେକର୍ଡ ହାସଲ କରିଥିଲେ। ସେ ପ୍ରଥମ ଥର ପାଇଁ ୭୨୦ରୁ ୭୨୦ ନମ୍ବରୁ ରଖି ସେ ଭାରତରେ ପ୍ରଥମ ସ୍ଥାନ ହାସଲ କରି ହୋଇ ରାଉରକେଲା ତଥା ଓଡ଼ିଶାରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Comments are closed.