ଜେଇଇ, ନିଟ୍‌ ପରୀକ୍ଷା ତାରିଖ ସେପ୍ଟେମ୍ବରକୁ ଘୁଞ୍ଚିଲା

ଭୁବନେଶ୍ବର: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଇଇ ଏବଂ ନିଟ୍‌ ପରୀକ୍ଷା ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ହେବ ଜେଇଇ ପରୀକ୍ଷା। ସେହିପରି ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ସେପ୍ଟେମ୍ବର ୨୭ରେ କରାଯିବ। ଅପରପକ୍ଷରେ ସେପ୍ଟେମ୍ବର ୧୩ରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ସୂଚନା ଦେଇଛନ୍ତି।

Comments are closed.