ବର୍ଷା ଜନିତ ଫସଲହାନୀକୁ ୧୯୯୩ ଭୂମିକମ୍ପ ସହ ତୁଳନା କଲେ ଶରଦ ପାୱାର

ଏନସିପି ମୁଖ୍ୟ ଶରଦ ପାୱାର ଓସମାନାବାଦରେ ଲଗାଣ ବର୍ଷା ଯୋଗୁଁ ଘଟିଥିବା ଫସଲହାନୀକୁ ୧୯୯୩ ମସିହାର ଭୂମିକମ୍ପ ସହ ତୁଳନା କରିଛନ୍ତି। ଓସମାନାବାଦ ଜିଲ୍ଲାର ତୁଲଜାପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ଯଥେଷ୍ଟ ଅଧିକ ରହିଛି ଓ ସେ ଦୃଷ୍ଟିରୁ ମହାରାଷ୍ଟ୍ର ସରକାରଙ୍କ ପାଇଁ ଋଣ ଆଣିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।

ସେ କହିଛନ୍ତି, ବ୍ୟାପକ ଫସଲ କ୍ଷତି ଘଟିଛି ଓ ସେ ଦୃଷ୍ଟିରୁ ଫସଲବୀମା ଯୋଜନାର ନିୟମରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଦେଖାଦେଇଛି। ଶ୍ରୀ ପାୱାର କହିଛନ୍ତି, ଏହି ବର୍ଷା କୃଷକମାନଙ୍କର ବ୍ୟାପକ କ୍ଷତି ଘଟାଇଛି ଓ ସେ ଦୃଷ୍ଟିରୁ ସେମାନଙ୍କୁ ଏହି ସଂକଟ ଅବସ୍ଥାରୁ ମୁକୁଳାଇବା ଅତ୍ୟନ୍ତ ଅପରିହାର୍ଯ୍ୟ। ଓସମାନାବାଦର ଆଖୁ ଫସଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଆଖୁ ଫସଲ ସଂପୂର୍ଣ୍ଣ ଧୋଇଯାଇଥିବା ବେଳେ କୃଷକମାନଙ୍କର ନାହିଁ ନଥିବା କ୍ଷତି ଘଟିଛି।

Comments are closed.