ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ ହେବ ନାହିଁ ଭିଟାମିନ ଡିର ଅଭାବ

ଆମ ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିବା ଦ୍ବାରା ଶରୀରରେ ଅନେକ ପ୍ରକାର ଭିଟାମିନର ଅଭାବ ହୋଇ ଅନେକ ରୋଗ ହୋଇଥାଏ। ଅତ୍ୟଧିକ ଖରା ଯୋଗୁଁ ଶରୀରରେ ଜଳୀୟ ଅଂଶର ଅଭାବ, କ୍ୟାଲସିୟମର ଅଭାବ ହେବା ଭିଟାମିନ-ଡିର ଲକ୍ଷଣ ।  ଶରୀରରେ ଭିଟାମିନ-ଡିର ଅଭାବ ହେଲେ ଶୀଘ୍ର ଥକ୍କା ଲାଗିବା, ହାଡ ବିନ୍ଧିବା, ମାଂସପେଶୀୟରେ ଦୁର୍ବଳ ଅନୁଭବ ହେବା ପରି ସମସ୍ୟା ହୋଇଥାଏ। ଭିଟାମିନ୍ ଡି ଅଭାବରେ ବିଶେଷ କରି ମୁଣ୍ଡରୁ ବହୁତ ଝାଳ ନିର୍ଗତ ହୋଇଥାଏ। ଏହାବ୍ୟତୀତ ଭୋକ ମଧ୍ୟ ଭଲ ହେବ ନାହିଁ। ନିଦ ଖୁବ୍ କମ୍ ହେବ। ଯେତେ ଚିକିତ୍ସାରେ ରହିଲେ ବି ମୁହଁରୁ ବ୍ରଣ କମିବ ନାହିଁ। ଏହା ବ୍ୟତୀତ କେଶ ଝଡ଼ିବା ଏକ ସାଧାରଣ କଥା ପାଲଟିଯିବ। ଶରୀରରେ କ୍ୟାଲିସ୍ୟମ ଭାଗକୁ ଏହା ପ୍ରଭାବିତ କରେ।
ଭିଟାମିନ-ଡିର ଅଭାବର ଲକ୍ଷଣ

ଉଚ୍ଚ ରକ୍ତଚାପ ସ୍ତର ବୃଦ୍ଧି
ଥକ୍କାପଣ ଅନୁଭବ ହେବା
ହାଡରେ ଦରଜ ହେବା
ମାଂସପେଶୀୟରେ ଦୁର୍ବଳ ଅନୁଭବ କରିବା
ଚିନ୍ତିତ ରହିବା
କେଶ ଝଡିବା
ବାରମ୍ବାର ସଂକ୍ରମଣ ହେବା
ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହେବା

ତେଣୁ ଶରୀରରେ ଭିଟାମିନ-ଡିର ଅଭାବ ହେଉଥିଲେ ଖାଦ୍ୟ ଓ ପାନୀୟରେ ବିଶେଷ ଧ୍ୟାନ ରଖିବା ଉଚିତ। ତେଣୁ ନିଜ ଖାଦ୍ୟରେ ମାଛ, ଗହମ, ମଶରୁମ, ଅଣ୍ଡା, ପନୀର, କ୍ଷୀର ଓ କମଳା ରସ ସାମିଲ କରନ୍ତୁ।

Comments are closed.