ଦେଶ ସେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ – ଅମିତ ଶାହା

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ – ଏନଡ଼ିଆରଏଫର ଏକ ବଡ଼ ଅବଦାନ ରହିଛି। ସେ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଜୀବନ ଏବଂ ସମ୍ପତ୍ତି ନଷ୍ଟକୁ ହ୍ରାସ କରିବା ପାଇଁ ସର୍ବୋତ୍ତମ କୌଶଳ ଏବଂ ଅନୁସନ୍ଧାନ ଅଧ୍ୟୟନ କରି ବିପର୍ଯ୍ୟୟ ପରିଚାଳନାର ଉତ୍କୃଷ୍ଟ ପଦ୍ଧତ୍ତି ପ୍ରସ୍ତୁତ କରି ଦେଶ ପାଇଁ ସେବା ଜାରି ରଖିବ।

ଏନଡିଆରଏଫର ୧୭ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଏଥିରେ ନିୟୋଜିତ ସଂସ୍ଥା ଭାବରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଦେଶର ବିପର୍ଯ୍ୟୟ ପରିଚାଳନା ଇତିହାସକୁ ବଦଳାଇବା ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ସମଗ୍ର ଦେଶର ସମ୍ବେଦନଶୀଳତାକୁ ଯୋଡିବା ପାଇଁ କାର୍ଯ୍ୟ କରିଛି। ସେ ଏହାକୁ ଏକ ବଡ଼ ସଫଳତା ବୋଲି ବିଶ୍ୱାସ କରୁଥିବା କହିଛନ୍ତି।

ଶ୍ରୀ ଶାହା କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଶର ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛନ୍ତି। ଯେତେବେଳେ ବି ଲୋକମାନେ କୌଣସି ବିପର୍ଯ୍ୟୟରେ ଫସି ରହିଥା’ନ୍ତି, ସେତେବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ କର୍ମଚାରୀମାନେ ସେଠାରେ ପହଞ୍ଚିବା ମାତ୍ରେ ସେମାନଙ୍କର ସନ୍ତୁଷ୍ଟତା ରହିଥାଏ ଯେ ବର୍ତ୍ତମାନ ଆମେ ଉଦ୍ଧାର ପାଇବୁ। ମୁଁ ନିଶ୍ଚିତ ଯେ ଆପଣ ଏହି ବିଶ୍ୱାସକୁ ବଜାୟ ରଖିବା ଭଳି ଦେଶ ସେବା ଜାରି ରଖିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ମୋଦୀ ଜୀଙ୍କର ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ସହିତ ଆଜି ଦେଶର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରୀ ତଥା ବେସରକାରୀ ସଂସ୍ଥାଗୁଡ଼ିକ ପାଇଁ କେଉଁ ଉତ୍ସ ଉପଲବ୍ଧ ଅଛି ତାହାର ସମ୍ପୂର୍ଣ୍ଣ ତାଲିକା ରହିଛି। ମୋଦୀ ଜିଙ୍କ ନେତୃତ୍ୱରେ ଆମେ ଏପରି ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ ଯେଉଁଥିରେ ସବୁଠୁ ବଡ ବିପର୍ଯ୍ୟୟରେ ଗୋଟିଏ ବି ଜୀବନ ନ ଯାଉ ବୋଲି ସେ କହିଛନ୍ତି।

Comments are closed.