୫ ଦିନରେ ତଦନ୍ତ ବିବରଣୀ ଦିଅ, ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କୁ ଏନ୍‌ସିପିସିଆର୍‌ର ନିର୍ଦେଶ

ନୂଆଦିଲ୍ଲୀ: ସନ୍‌ ସାଇନ୍‌ ପବ୍ଲିକ ସ୍କୁଲରେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଉପରେ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ୫ ଦିନ ଭିତରେ ତଦନ୍ତ ସାରି ଆରକ୍ଷୀ ଅଧୀକ୍ଷକ ଏସଂକ୍ରାନ୍ତରେ ରିପୋର୍ଟ ଦେବାକୁ ଏନ୍‌ସିପିସିଆର୍‌ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଡୁ ମାମଲା ଗ୍ରହଣ କରି ଏନ୍‌ସିପିସିଆର୍‌ ପୁଲିସ ଅଧିକାରୀଙ୍କୁ ଏହି ନୋଟିସ୍‌ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଉଚ୍ଚ ବିଦ୍ୟାଳୟର ସ୍ୱତନ୍ତ୍ର କୋଠରୀରେ ଯୌନ ନିର୍ଯାତନା ଦିଆଯାଉଥିଲା। ପରୀକ୍ଷାରେ ଭଲ ମାର୍କ ଦେବାକୁ କହି ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନିର୍ଯାତନା ଦେଉଥିଲା। ବିଭିନ୍ନ ସମୟରେ ମନ୍ତ୍ରୀ ଓ ନେତାମାନେ ଏଠାକୁ ଆସି ବିଦ୍ୟାଳୟର ଛାତ୍ରୀନିବାସ ଭିତରେ ଥିବା ସ୍ବତନ୍ତ୍ର କୋଠରୀରେ ରାତି କଟାଉଥିବା ଅଭିଯୋଗ ଉଠିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିୟମିତ ସ୍କୁଲକୁ ଯାଉଥିଲେ ବୋଲି ଅଭିଯୋଗ ଉଠିବା ପରେ ପୋକ୍ସୋ ଆଇନ୍‌ରେ ତଦନ୍ତ କରି ରିପୋର୍ଟ ଦେବାକୁ ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ଜିଲା ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଓଡ଼ିଶା ଡିଜିପି ଅଭୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା ଆୟୋଗ।ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କା କରି ଅଧ୍ୟକ୍ଷାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା। ଏବେ ଏହି ଘଟଣା ଉପରୁ ପରଦା ହଟିବା ପରେ ପୁଲିସ ଗୋବିନ୍ଦଙ୍କୁ ଗିରଫ କରି ଜିମାରେ ଆଣି ପଚରା ଉଚୁରା କରୁଛି।

Comments are closed.