ଏନସିଡିଏସର ଅନଲାଇନ କଳିଙ୍ଗ ବକ୍ତୃତା ‘ଭାରତରେ ଶିକ୍ଷା ସଂସ୍କାର’

ଭୁବନେଶ୍ବର: ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର (ଏନ୍‌ସିଡିଏସ୍‌)ଦ୍ୱାରା କଳିଙ୍ଗ ବକ୍ତୃତା ୨୦୨୦ ଅନୁଷ୍ଠିତ ଯାଇଛି। ହାଇଦ୍ରାବାଦର ଅର୍ଥନୈତିକ ତଥା ସାମାଜିକ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ଆର ରାଧାକ୍ରିଷ୍ଣ ‘ଭାରତରେ ଶିକ୍ଷା ସଂସ୍କାର’ ବିଷୟରେ ଏହି ଅବସରରେ ଏକ ସାରଗର୍ଭକ ବକ୍ତୃତା ଦେଇଥିଲେ। ଏହି ବକ୍ତୃତାକୁ ଅଧ୍ୟକ୍ଷତା କରିଥିଲେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଏବଂ ଏହାକୁ ପରିଚାଳନା କରିଥିଲେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦେଶକ ପ୍ରଫେସର ଶ୍ରୀଜିତ୍‌ ମିଶ୍ର। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏହି ବକ୍ତୃତାକୁ ଅନଲାଇନରେ ଆୟୋଜନ କରାଯାଇଥିଲା। କେନ୍ଦ୍ରର ନିଜସ୍ୱ ୟୁଟ୍ୟୁବ୍‌ ଚ୍ୟାନେଲ୍ ଏବଂ ଫେସ୍‌ବୁକ୍‌ରେ ସିଧା ପ୍ରସାରଣ କରାଯାଇଥିବା ଏହି ବକ୍ତୃତାକୁ ପ୍ରାୟଶତାଧିକ ଲୋକ ସିଧା ଦେଖିଥିଲେ ଏବଂ ସିଧା ପ୍ରସାରିତ ଭିଡିଓ ଗୁଡ଼ିକୁ ଏକ ଘଣ୍ଟା ମଧ୍ୟରେ ୫୦୦ ରୁ ଅଧିକ ଜଣ ଦେଖିଥିଲେ। କୋଭିଡ-୧୯ର ଶିକ୍ଷା ବ୍ୟବସ୍ଥା ଉପରେ କଣ କଣ ପ୍ରଭାବ ପଡିଛି ତାହା ଆଲୋକପାତ କରିଥିଲେ। ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଆସୁଥିବା ଆହ୍ବାନ ଗୁଡିକ ଉପରେ ଆଲୋଚନା କରି ଏହାର ସଂସ୍କାର ପାଇଁ କିଛି ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଆଶୋକ ଦାସ କହିଥିଲେଯେ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାଅନୁଷ୍ଠାନଗୁଡିକୁ ଦିଆଯାଉଥିବା ସ୍ୱତନ୍ତ୍ରତା ଏବଂ ନିୟନ୍ତ୍ରଣଉପରେ ସନ୍ତୁଳନ ରହିବ ଆବଶ୍ୟକ। ପ୍ରାରମ୍ଭରେ କେନ୍ଦ୍ରର ପ୍ରଫେସର ଶିବଲାଲ ମେହେର ଅତିଥିମାନଙ୍କର ପରିଚୟ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ଡ. ରଶ୍ମୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.