ଗୋପବନ୍ଧୁ ହାଇସ୍କୁଲରେ ଏନସିସି ଦିବସ ପାଳିତ

ବେଗୁନିଆ : ବେଗୁନିଆସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଏନସିସି ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ଏନସିସି ଏଏନଓ ସୂର୍ଯ୍ୟକାନ୍ତ ମହାପାତ୍ର, ଶିକ୍ଷକ ଶାନ୍ତନୁ କୁମାର ପାଇକରାୟ, ଶିକ୍ଷୟତ୍ରୀ ସୁରଜିତା ଦଳେଇ ଓ ୩୯ଜଣ ସମରଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ୟାରେଡ଼ରେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହିତ ବେଗୁନିଆ ପରିକ୍ରମା ଏବଂ ଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ସମର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ଆର୍ଯ୍ୟ ଶୁଭଙ୍କର ପାଟଶାଣୀ, ଆଦିତ୍ୟ କୁମାର ଦାଶ ଏବଂ ଓମ ଜୟପ୍ରକାଶ ମିଶ୍ର ଏବଂ ତର୍କ ପ୍ରତିଯୋଗିତାରେ ସ୍ଵାଧୀନ କୁମାର ଦାସ ଏବଂ ବିଶ୍ୱଜିତ ସାହୁ କୃତିତ୍ୱ ହାସଲ କରିଥିବାବେଳେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏନସିସି ଏଏନଓ ସୂର୍ଯ୍ୟକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.