‘ପରୀ’ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ନୟାଗଡ଼: ପରୀ ହତ୍ୟା ମାମଲାରେ ଏସଆଇଟି(SIT) ଶନିବାର ୩ ଜଣଙ୍କୁ ଉଠାଇ ନେଇଛି। ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଟିମ ଉଠାଇ ନେଇଥିବା ଜଣାପଡ଼ିଛି।  ମାଆ, ଭଉଣୀଙ୍କ ସହ ସରୋଜଙ୍କୁ ଉଠାଇ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାଯାଇଛି। ଏ ନେଇ ଏସଆଇଟି ପକ୍ଷରୁ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ସରୋଜଙ୍କୁ ପୂର୍ବରୁ ୨ ଥର ଉଠାଇ ନେଇ ପଚରାଉଚରା କରିଥିଲେ ଏସଆଇଟି ଟିମ । ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଥିବା କଥା ସରୋଜ ଗଣମାଧ୍ୟମକୁ କହିିଥିଲା। ଏଥିସହ ପରୀ ହତ୍ୟା ମାମଲାର ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଯାଚିଥିବା କଥା ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କହିଥିଲେ।

ସୂଚନାଯୋଗ୍ୟ, ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରେ ‘ପରୀ’କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା।

Comments are closed.