ପରୀ ହତ୍ୟା ମାମଲା: ‘ହାଡ ନିଖୋଜ ହୋଇ ନାହିଁ’ – ଅରୁଣ ବୋଥ୍ରା

ନୟାଗଡ: ପରୀ ହତ୍ୟା ମାମଲାରେ ହାଡ ନିଖୋଜକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଗୁରୁବାର ଏହାର ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।

ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନ ଥିବା କଥା କୁହାଯାଇନାହିଁ। ହାଡ ମିଳି ନ ଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ଅରୁଣ କହିଛନ୍ତି ।

 

Comments are closed.