ଯୌନାଙ୍ଗ କାଟି ଯଜ୍ଞକୁଣ୍ଡରେ ପକାଇଲେ ଯୁବକ

ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ନୟାଗଡ଼: ନୟାଗଡ଼ ଟାଉନଥାନା ଷଠିଆପଲ୍ଲୀ ଗ୍ରାମର ଜନୈକ ଯୁବକ ନିଜ ଯୌନାଙ୍ଗ କାଟି ଦେଇଥିବା ଜଣାପଡ଼ିଛି । ଏଭଳିକାଣ୍ଡ କରିବା ଯୋଗୁଁ ସେ ରକ୍ତାକ୍ତ ହୋଇପଡ଼ିଥିଲେ।  ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତି କରାଯାଇଥିଲା । ପରବର୍ତୀ ସମୟରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଷଠିଆପଲ୍ଲୀ ଗ୍ରାମର ପ୍ରଦୀପ ଦେହୁରୀ ଆଜି ନିଜ ଗ୍ରାମରେ ଥିବା ରଘୁନାଥ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିରରେ ଏକ ଯଜ୍ଞର ଆୟୋଜନ କରିଥିଲେ। ତେବେ ଯଜ୍ଞ ଶେଷ ହେବା ପରେ ହଠାତ୍ ସେ ତାଙ୍କର ଯୌନାଙ୍ଗ କାଟି ଯଜ୍ଞକୁଣ୍ଡରେ ପକାଇ ଦେଇଥିଲେ।  ଅନ୍ୟପକ୍ଷରେ ଏ ସମ୍ପର୍କରେ ଟାଉନଥାନାରେ କୌଣସି ସୂଚନା ନାହିଁ ବୋଲି ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।

Comments are closed.