ନୱାବ ମଲିକଙ୍କ ବିରୋଧରେ ୧.୨୫ କୋଟିର ମାନହାନି ମାମଲା

ମୁମ୍ବଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଞ୍ଚଳିକ ନିର୍ଦେଶକ ସମୀର ୱାଙ୍ଖେଡେଙ୍କ ପିତା ଧ୍ୟାନଦେବ କାଚରୁଜୀ ୱାଙ୍ଖେଡେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି। ସୋମବାର ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି। ଏଥିରେ ଧ୍ୟାନଦେବ ୧.୨୫କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଧ୍ୟାନଦେବ ଅଭିଯୋଗ କରିଛନ୍ତି ଯେ ମୁମ୍ବଇ କ୍ରୁଜ୍‌ ମାମଲାରେ ଅନୁସନ୍ଧାନର ନେତୃତ୍ୱ ନେଉଥିବା ତାଙ୍କ ପୁଅ ବିରୋଧରେ ମଲିକ ବ୍ୟକ୍ତିଗତ ଆରୋପ ପୂର୍ବକ ସାମାଜିକ ଭାବମୂର୍ତ୍ତିକୁ କଳଙ୍କିତ କରିଛନ୍ତି। ଧ୍ୟାନଦେବଙ୍କ ଓକିଲ ଅରସଦ ଶେଖ କହିଛନ୍ତି ଯେ ମଲିକ ୱାଙ୍ଖେଡେ ପରିବାରକୁ ଠକେଇ ଏବଂ ସେମାନଙ୍କର ଧାର୍ମିକ ବିଶ୍ୱାସ ଉପରେ ପ୍ରଶ୍ନ କରୁଛନ୍ତି। ସେମାନେ ହିନ୍ଦୁ ନୁହନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଲିକ ସମସ୍ତଙ୍କୁ (ୱାଙ୍ଖେଡେ ପରିବାରରେ) ଠକ ବୋଲି କହୁଛନ୍ତି। ତେଣୁ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଗଣମାଧ୍ୟମରେ ପ୍ରକାଶନ, ଲେଖିବା କିମ୍ବା କହିବାରୁ ମଲିକଙ୍କୁ ନିବୃତ୍ତ କରିବା ପାଇଁ ଏକ ସ୍ଥାୟୀ ଆଦେଶ ମାଗିଛନ୍ତି।

Comments are closed.