୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଏକ ଚାରି ଦିନିଆ ଗସ୍ତରେ ଗୁରୁବାରଠାରୁ ଶ୍ରୀଲଙ୍କା ଯାଉଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ଉନ୍ନତି ଆଣିବା ଏହି ଗସ୍ତର ଉଦ୍ଦେଶ୍ୟ। ଏହି ଅବସରରେ ଆଡମିରାଲ ସିଂହ ଶ୍ରୀଲଙ୍କା ନୌସେନାର କମାଣ୍ଡର ଭାଇସ୍‍ ଆଡମିରାଲ୍‍ କେ.କେ.ଭି.ପି.ଏଚ୍‍. ଡିସିଲ୍‍ଭାଙ୍କ ସମେତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ।

୨୨ ତାରିଖ ଦିନ ତ୍ରିଙ୍କୋମାଲି ସ୍ଥିତ ନାଭାଲ ମାରିଟାଇମ୍‍ ଏକାଡେମୀର ପାସ୍‍ଆଉଟ୍‍ ହେବାକୁ ଥିବା ୬୦ତମ ପାସିଂଆଉଟ୍‍ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ସୂଚନା ଯୋଗ୍ୟ ଶ୍ରୀଲଙ୍କା ନୌସେନା ଇଣ୍ଡିଆନ୍‍ ଓସିନ୍‍ ନାଭାଲ୍‍ ସିମ୍ପୋଜିୟମ୍‍ର ଏକ ସଦସ୍ୟ ଏବଂ ଏହି ସିମ୍ପୋଜିୟମ୍‍ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସେନା ଯୋଗଦାନ କରିଥାଏ।

Comments are closed.