ପାଟଣା ବ୍ଲକରେ ୩୧୫ ଛାତ୍ରଛାତ୍ରୀ ଦେଲେ ନବୋଦୟ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା

ପାଟଣା : ଜବାହାର ନବୋଦୟ ବିଦ୍ୟାଳୟ ହଦଗଡ଼ ପକ୍ଷରୁ ପାଟଣା ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୧୫ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ପାଟଣା ଗୋପୀନାଥ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ମୋଟ ୨୨୮ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୭୨ ଜଣ ଛାତ୍ର ଛାତ୍ରୀ ଦିନ ସାଢ଼େ ୧୧ଟାରୁ ସାଢେ଼ ୧ଟା ଯାଏଁ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଭାବେ ପ୍ରତାପ ଚନ୍ଦ୍ର ମହାନ୍ତ ଓ ପର୍ୟ୍ୟବେକ୍ଷକ ଭାବେ ଏବିଇଓ ସଚ୍ଚିଦାନନ୍ଦ ସେଠୀ ପରୀକ୍ଷା ପରିଚାଳନା କରିଥିବା ବେଳେ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଏହି କେନ୍ଦ୍ର ପରିଦର୍ଶନ କରିଥିଲେ। ପାଟଣା କେନ୍ଦ୍ରରେ ୫୬ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ସେହିପରି ତୁରୁମୁଙ୍ଗା ଦଧିବାମନ ଉଚ୍ଚ ବିଦ୍ୟାଳୟ ରେ ମୋଟ ୧୯୪ ରୁ ୧୪୩ ଜଣ ଛାତ୍ର ଛାତ୍ରୀ ନବୋଦୟ ଷଷ୍ଠ ପ୍ରବେଶିକା ପରୀକ୍ଷା ଦେଇଛନ୍ତି।ଏଠାରେ ୫୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ପରୀକ୍ଷା କେନ୍ଦ୍ର ଅଧ୍ୟକ୍ଷ ଭାବେ ଅଶୋକ କୁମାର ସାହୁ, ପର୍ୟ୍ୟବେକ୍ଷକ ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ପରୀକ୍ଷା ପରିଚାଳନା କରିଥିବା ବେଳେ ତହସିଲଦାର ତାପସ ରଂଜନ ଦେହୁରୀ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।

Comments are closed.