ଇଡକୋ ପ୍ରଦର୍ଶନୀ ପଡିଆରେ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଏଥର ରାଜଭବନ ବାହାରେ ଇଡକୋ ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠତ ହେବ । ସେହିଦିନ ତାଙ୍କ ମନ୍ତ୍ରୀମଣ୍ଡଳ ସହ ଶପଥ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ୫ହଜାରରୁ ଅଧିକ ଲୋକ ଯୋଗଦେବେ ।

ତେଣୁ ଜନ ସମାଗମ ଓ ସୁରକ୍ଷା ଦୃଷ୍ଟିରୁ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରବିବାର ପଡିଆକୁ ଯାଞ୍ଚ କରିଛନ୍ତି। ଆଜି ପୁଲିସ ମହାନିର୍ଦ୍ଦେଶକ ପ୍ରଦର୍ଶନୀ ପଡିଆ ବୁଲି ଦେଖିଛନ୍ତି । ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି । ପଡିଆରେ କାର୍ଯ୍ୟକ୍ରମ ପାଇଁ ଚାଲିଥିବା ବିଭିନ୍ନ ବନ୍ଦୋବସ୍ତ ଏବଂ ବ୍ୟବସ୍ଥାକୁ ସେ ତଦାରଖ କରିଛନ୍ତି । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ,  ସୁରକ୍ଷା ଦୃଷ୍ଟିକୋଣରୁ ସିସିଟିଭି ଲଗାଯିବ ଏବଂ ବ୍ୟାପକ ଫୋର୍ସ ମୁତୟନ ହେବେ । ଭିଭିଆଇପିଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ।  ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ।

Comments are closed.