ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ଆତ୍ମହତ୍ୟା କରିଛନ୍ତି। ମୁମ୍ବଇର ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ବାସ ଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର କେଉଁ କାରଣ ଯୋଗୁଁ ସୁଶାନ୍ତ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୁଶାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାସ କରିଛନ୍ତି। ନବୀନ ଟ୍ବିଟ୍ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ହଠାତ୍ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଏଭଳି ଦୁଃଖଦ ସମୟରେ ତାଙ୍କ ଶୋକ ସନ୍ତତ୍ପ ପରିବାରକୁ ଶକ୍ତି ଯୋଗାଇ ଦେବାକୁ ଇଶ୍ବରଙ୍କ ପାଖରେ ଟ୍ବିଟ୍ କରି ପ୍ରର୍ଥନା କରିଛନ୍ତି।

Comments are closed.