ନିଆଁରେ ପୋଡ଼ି ହୋଇ ୩ ଶିଶୁ ମୃତ ଘଟଣା: ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରାର ଅଞ୍ଚଳରେ ନିଆଁରେ ପୋଡ଼ି ହୋଇ ୩ ଶିଶୁ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷଟଙ୍କାର ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ, ଗଞ୍ଜାମ ଜିଲା ପୋଲସରାର ଖଇରଚଟା ଗାଁରେ ରବିବାର ପୋଡ଼ିଯାଇଥିବା ୪ ଜଣ ପିଲାଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଅ ଓ ଜଣେ ଝିଅ ରହିଛି ବୋଲି ଜଣାପଡ଼ିଛି। ଗାଁରେ ପାଳଗଦାରେ ଘର କରି ଖେଳୁଥିବା ସମୟରେ ନିଆଁ ଲାଗିଯିବାରୁ ୪ ଜଣ ଶିଶୁ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.