ବିଜେଡ଼ି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର : ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସେଠାରେ ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି। ଲଗାତର ଚଳିତ ବର୍ଷ ସେ ଅଷ୍ଟମ ଥର ପାଇଁ ଦଳର ସଭାପତି ହେବେ। ଏହାସହ ଆସନ୍ତା ୨୬ରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ସୂଚନା ମିଳିଛି। କାର୍ଯ୍ୟକାରୀଣୀ ସଦସ୍ୟ ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି।

Comments are closed.