ଅନ୍ତର୍ଜାତୀୟ ଯୁବ ଦିବସ

ଆଜିର ଦିନ(ଅଗଷ୍ଟ ୧୨)ଟିକୁ ଅନ୍ତର୍ଜାତୀୟ ଯୁବ ଦିବସ ଭାବେ ୨୦୦୦ ମସିହାରୁ ପାଳନ କରାଯାଇଆସୁଛି। ଯୁବକୈନ୍ଦ୍ରିକ ସାଂସ୍କୃତିକ ଓ ଆଇନଗତ ଦିଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜାତିସଂଘ ପକ୍ଷରୁ ଏହାକୁ ସ୍ବୀକୃତି ଦିଆଯାଇଛି। ୨୦୧୪ରେ ଏହି ଦିବସର ସ୍ଲୋଗାନ ଥିଲା ‘ଯୁବପିଢ଼ି ଓ ମାନସିକ ସ୍ବାସ୍ଥ୍ୟ’। ସେହିପରି ୨୦୧୫ରେ ‘ଯୁବପିଢ଼ି ଓ ନାଗରିକ ସଂପୃକ୍ତି’, ୨୦୧୬ରେ ‘୨୦୩୦କୁ ରାସ୍ତା: ଦାରିଦ୍ର୍ୟ ଉନ୍ମୁଳନ ଓ ଧାରଣୀୟ ଉପଭୋଗ ଓ ଉତ୍ପାଦନ’, ୨୦୧୭ରେ ‘ଯୁବପିଢ଼ି ଶାନ୍ତିର ନିର୍ମାତା’, ୨୦୧୮ରେ ‘ଯୁବପିଢ଼ି ପାଇଁ ନିରାପଦ ଜାଗା’, ୨୦୧୯ରେ ‘ଶିକ୍ଷା ରୂପାନ୍ତର’ ଥିଲା ଏହି ଦିବସର ମୁଖ୍ୟ ପ୍ରସଙ୍ଗ। ୨୦୨୦ରେ ଏହି ଦିବସର ପ୍ରସଙ୍ଗ ରହିଛି ‘ବୈଶ୍ବିକ କାର୍ଯ୍ୟ ପାଇଁ ଯୁବପିଢ଼ିର ସଂପୃକ୍ତି’। ଯୁବପିଢ଼ି କିପରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ତାକୁ ରେଖାଙ୍କିତ କରିବା ଏହି ଦିବସର ଲକ୍ଷ୍ୟ।

Comments are closed.