ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପରିସରରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ। କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ଜାତୀୟ ମତଦାତା ଦିବସ ଅନୁଷ୍ଠିତ ହୋଇଥିଲା। ଆମ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖି ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମାହିତ ହେବା କ୍ଷେତ୍ରରେ ସ୍ୱାଧୀନ ମତାଧିକାର ପ୍ରୟୋଗର ଗୁରୁତ୍ୱ ନେଇ ସମସ୍ତ ଅଧିକାରୀ ଶପଥ ପାଠ କରିଥିଲେ। ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଉପସ୍ଥିତ ରହି ଗଣତନ୍ତ୍ରର ସୁରକ୍ଷା ଓ ମତଦାନର ଗୁରୁତ୍ୱ ଉପରେ ଉପକ୍ରମ ବକ୍ତବ୍ୟ ରଖିଥିଲେ। ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା ଏବଂ ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶପଥପାଠ କରିଥିଲେ।

Comments are closed.